ଲଦାଖର ଧଳା ସୁନା ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍

Published By : Prameya-News7 Bureau | October 06, 2024 IST

kashmirlife.net

ଶ୍ରୀନଗର: ଲଦାଖର ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍। ଏହି ବହୁ ମୂଲ୍ୟ ବସ୍ତ୍ରର ପ୍ରାମାଣିକତା ଓ ମାନକୁ ସରକାରୀ ଭାବେ ମାନ୍ୟତା ମିଳିଛି। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଗେଡିୟର୍ (ଡ.) ବିଡି ମିଶ୍ର (ଅବସରପ୍ରାପ୍ତ)ଙ୍କୁ ଏହି ଜିଆଇ ଟ୍ୟାଗ୍ ପ୍ରମାଣପତ୍ରି ଦେଇଥିଲେ। ଲଦାଖର ଐତିହ୍ୟର ସୁରକ୍ଷା ଓ ଅର୍ଥନୀତିକୁ ବଳିଷ୍ଠ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

ଲଦାଖର ପାଶମିନା ଉଲ୍‌ ଉତ୍ତମ ମାନର ହୋଇଥିବାରୁ ଏହାକୁ ଲଧାଖର ଧଳା ସୁନା ବୋଲି କୁହାଯାଏ। ବର୍ତ୍ତମାନ କେନ୍ଦ୍ର ସରକାର ଏହି ଉଲ୍‌କୁ ଜିଆଇ ଟ୍ୟାଗ୍ ଦେବା ଫଳରେ ଅରଜିନାଲ ପାଶମିନାର ସୁରକ୍ଷା ହୋଇପାରିବ। ତା ସହିତ ବଜାରକୁ ଆସୁଥିବା ନକଲି ପାଶମିନାକୁ ଚେକ୍ ଦେଇ ହେବ।

ଗିରିରାଜ ସିଂହ ଜିଆଇ ଟ୍ୟାଗ୍‌ ପ୍ରମାଣପତ୍ର ଦେବା ବଳେ ପାଶମିନା ଉଲ୍‌ର ଅଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ। ୨୦୩୦ ସୁଦ୍ଧା ପାଞ୍ଚ ଲକ୍ଷ ପାଶମିନା ଛେଳି ଏବଂ ଏକ ମିଲିୟନ ମେରିନୋ ମେଣ୍ଢା ସଂଖ୍ୟା ବଢ଼ାଇବାର ସରକାରଙ୍କ ଟାର୍ଗେଟ୍‌ ବୋଲି କହିଥିଲେ। ଏହା କେବଳ ଯେ ମେଣ୍ଢା ଓ ଛେଳି ପାଳନକାରୀଙ୍କୁ ଲାଭ ଦେବ ତାହା ନୁହେଁ ବର ଏହା ଲଦାଖର ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.